ପ୍ରମୂଖ ଖବର
  • ଜୟସ୍ୱାଲ ଏବଂ ସାଇ ସୁଦର୍ଶନଙ୍କ ଅର୍ଦ୍ଧଶତକ, ପନ୍ତ ଆହତ: ଟିମ୍ ଇଣ୍ଡିଆର ସ୍କୋର ୨୬୪/୪
  • ||
  • Myntra ବିରୋଧରେ ମାମଲା ରୁଜୁ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଫେମା ଆଇନ୍ ଉଲ୍ଲଂଘନ ଅଭିଯୋଗ
  • ||
  • ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ପାଇଁ ୨ ବାଟାଲିଅନ ଗଠନକୁ ମଞ୍ଜୁରି, ୨୦୮୦ ନୂତନ ପଦବୀ ସୃଷ୍ଟି
  • ||
  • କଟକର ୨୧୦ କଲେଜ କର୍ମଚାରୀଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ICC ରିପୋର୍ଟ ନଦେଲେ ହେବ କାର୍ଯ୍ୟାନୁଷ୍ଠାନ
  • ||
  • ରକ୍ଷାବନ୍ଧନରେ ମିଳିବ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା, ବାଦ୍‌ ପଡ଼ିଥିବା ଲକ୍ଷେ ୮୮ ହଜାର ମହିଳାଙ୍କୁ ପୁଣି ସୁଯୋଗ
  • ||
  • ବଲାଙ୍ଗୀର : ମଦଭାଟିରେ ପହଲବାନଙ୍କୁ ହତ୍ୟା ଅଭିଯୋଗ, ତଦନ୍ତ କରୁଛି ପୁଲିସ
  • ||
  • ଗୁରୁବାର ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଗ୍ୱାଲିୟରରେ ଭୟଙ୍କର ସଡ଼କ ଦୁର୍ଘଟଣା; ୪ ମୃତ, ୬ ଆହତ
  • ||
  • ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଜାରି, ଆକାଶପଥକୁ କଡ଼ାକଡ଼ି କଲେ ଦୁଇଦେଶ
  • ||
  • ଗୁରୁବାର ସୃଷ୍ଟି ହେବ ଲଘୁଚାପ : ୨୮ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଆଜିଠୁ ଚତୁର୍ଥ ଟେଷ୍ଟ : ଓଲ୍ଡ ଟ୍ରାଫୋର୍ଡରେ ଭାରତ ପାଇଁ 'କର ବା ମର', ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ
  • ||
  • ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||

ଭିଡିଓ ଭାଇରାଲ ପରେ ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଯୁବତୀକୁ ଏମ୍ସ ସ୍ଥାନାନ୍ତର

Published By : Suraj Kumar | July 23, 2025 8:27 PM

ନବରଙ୍ଗପୁର/ ରାଇଘର,୨୨। ୭(ଆପ୍ର) : ରାଇଘର ଅଞ୍ଚଳର ଜଣେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଫଟୋ ଓ ଭିଡିଓ ଭାଇରାଲ ହେବା ପରେ ଯୁବତୀ ଜଣକ  କୀଟନାଶକ ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏଥିରେ ଯୁବତୀ ଜଣକ ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର  କରାଯାଇଛି।  ଯୁବତୀ ଜଣକ  ଵିଏସି ନର୍ସିଂ  ପାଠ ପଢୁଛନ୍ତି।   

ରାଇଘର ଅଞ୍ଚଳର ଜଣେ ଯୁବତୀ  ଓ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଅନ୍ତରଙ୍ଗ  ଫଟୋ ଓ ଭିଡିଓକୁ ଅନ୍ୟ ଜଣେ ଯୁବକ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଥିଲେ। ଏହି ଘଟଣା  ପରେ  ଲୋକଲଜ୍ୟା ସହି ନ ପାରି ଯୁବତୀ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥି‌ଲେ। ଘାସମରା କୀଟନାଶକ ଖାଇ ଯୁବତୀ ଜଣକ ଆତ୍ମହତ୍ୟା  ଉଦ୍ୟମ କରିଥିଲେ।  ତାଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ଉମରକୋଟ ଉପଖଣ୍ଡ ଡାକ୍ତରଖାନାରେ ପରିବାର ଲୋକ ଭର୍ତ୍ତି କରିଥିଲେ।  ପରେ ଛତିଶଗଡର କୋଣ୍ଡାଗାଁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପରେ ରାୟପୁର ଏକ ଘରୋଇ ଡାକ୍ତରଖାନାରେ ୪ ଦିନ ଚିକିତ୍ସା କରିଥିଲେ। ଏହା ପରେ ଡାକ୍ତର ଯୁବତୀଙ୍କୁ ଘରକୁ ନେଇ ଯିବାକୁ କହିଥିଲେ। ଶେଷରେ ପରିବାର ଲୋକ ନିରାଶ ହୋଇ ଯୁବତୀଙ୍କୁ ଘରକୁ ଫେରାଇ ଆଣିଥିଲେ । ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ଏହା ଜାଣିବା ପରେ  ଘଟଣାକୁ ଗୁରୁତ୍ବର ସହିତ ନେଇ ଗୁରୁତର ଯୁବତୀଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ  ଚିକିତ୍ସାଳୟର ଆୟୁସିୟୁରେ ଭର୍ତ୍ତି କରିଥିଲେ। କିନ୍ତୁ ବିଷପାନ କରିଥିବାରୁ ଯୁବତୀଙ୍କ ଏକାଧିକ ଅଙ୍ଗ ପ୍ରଭାବିତ ହୋଇଛି । ତେଣୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ଵର ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି ବୋଲି ସିଡିଏମଓ ଡା.ସନ୍ତୋଷ କୁମାର ପଣ୍ଡା କହିଛନ୍ତି । 

ଅନ୍ୟପକ୍ଷରେ ପରିବାର ଲୋକେ ରାଇଘର ଥାନାରେ ଏତଲା ଦେବା ପରେ  ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।  ତେଣୁ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମାତୃଆଶ୍ରୟ ଆଶ୍ରମର ଅଧ୍ୟକ୍ଷା କାଦମ୍ବନୀ ତ୍ରିପାଠୀ ଦାବି କରିଛନ୍ତି। ସେଭଳି ପୀଡିତାଙ୍କୁ ଆଇସିୟୁ କକ୍ଷରେ କାଦମ୍ବନୀଙ୍କ ସମେତ କଂଗ୍ରେସର ପୂର୍ବତନ ବିଧାୟକ ଭୂଜବଳ ମାଝୀ ଭେଟିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.